Thursday, August 20, 2026
spot_imgspot_img

Top 5 This Week

spot_img

Related Posts

ପୂରା ନୂଆଦିଲ୍ଲୀ ଅଚଳ:  ରାସ୍ତା ଜାମ, ଇଣ୍ଟରନେଟ୍‍ ନାହିଁ, ସଂସଦ ଗେଟ୍‍ ବନ୍ଦ

ଦିଲ୍ଲୀରେ ମାତିଲେ ଅସରପା!

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ଧ୍ୟାନ ଆକର୍ଷଣ କରିବା ଲାଗି କକ୍ରୋଚ ଜନତା ପାର୍ଟି ବା ସିଜେପି ପକ୍ଷରୁ ଯେଉଁ ଆନ୍ଦୋଳନ କରାଯାଇଛି ତାହା ପୁଲିସ, ନେତା ଓ ସାଧାରଣ ଜନତାଙ୍କ ନିଜ ହଜାଇ ଦେଇଛି। ଅନେକ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ନୂଆଦିଲ୍ଲୀର ପ୍ରଶାସନିକ ଅଞ୍ଚଳରେ ନା ଇଣ୍ଟରନେଟ କାମ କରିଛି ନା ଆପ୍‍ ଭିତ୍ତିକ ଗାଡ଼ି। ପୁଣି ଯିଏ ନିଜର ବ୍ୟକ୍ତିଗତ ଗାଡ଼ିରେ ଆସିବାକୁ ଚାହିଁଛି ତାକୁ ଘଣ୍ଟା ଘଣ୍ଟା ଟ୍ରାଫିକ୍‍ ଜାମରେ ବିତାଇବାକୁ  ପଡ଼ିଛି। ଖାଲି ସେତିକି ନୁହେଁ, ସଂସଦର ମୌସୁମୀ ଅଧିବେଶନରେ ଯୋଗ ଦେବାକୁ ଆସିଥିବା ନେତା ବି କଷ୍ଟେ ମଷ୍ଟେ ସନ୍ଧ୍ୟାରେ ନିଜ ଘରକୁ ଫେରିବାକୁ ବାଧ୍ୟ ହୋଇଛନ୍ତି।

ଏକ ବିବାଦୀୟ ସମାଲୋଚନାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ସିଜେପି, ନିଟ୍‍ ପରୀକ୍ଷା ପରିଚାଳନାରେ କେନ୍ଦ୍ର ସରକାରଙ୍କ ବିଫଳତାକୁ ସାମ୍ନାକୁ ଆଣି ଦୀର୍ଘ ଦିନହେଲା ଆନ୍ଦୋଳନ ଜାରି ରଖିଛି। ଆଜି ମୌସୁମୀ ଅଧିବେଶନର ପ୍ରଥମ ଦିନରେ ସଂସଦ ଅଭିମୁଖେ ଆରମ୍ଭ କରିଥିବା ଶୋଭାଯାତ୍ରାରେ ବିପୁଳ ଛାତ୍ର ତଥା ଯୁବପିଢ଼ିଙ୍କ ଯୋଗଦାନ ଦିଲ୍ଲୀ ପ୍ରଶାସନ ଓ ପୁଲିସକୁ ନାକେଦମ କରିଛି।

ରାସ୍ତା ଜାମ୍‍

ଜୁଲାଇ ୨୦ ତାରିଖରେ ସିଜେପି ପକ୍ଷରୁ ଡାକରା ଦିଆଯାଇଥିବା ପ୍ରତିବାଦ ଶୋଭାଯାତ୍ରାକୁ ପୁଲିସ ପକ୍ଷରୁ ଅନୁମତି ଦିଆଯାଇ ନଥିଲା। କିନ୍ତୁ ଏ ପ୍ରତିବାଦ ସଂଗଠିତ ହେବ ବୋଲି ଆଶଙ୍କା କରି ଦିଲ୍ଲୀ ପୁଲିସ ଓ ସିଆଇଏସ୍‍ଏଫ୍‍ ପକ୍ଷରୁ ବିଭିନ୍ନ ସ୍ଥାନରେ୩୨ କମ୍ପାନୀ ଅର୍ଦ୍ଧ ସାମରିକ ପୁଲିସ ବାହିନୀ ମୁତ୍ତୟନ କରାଯାଇଥିଲା। ୧୫ଟିଯାକ ଜିଲ୍ଲାକୁ ପୂର୍ବରୁ ଏଥିପାଇଁ ସତର୍କ ରହି ଏହି ରାଲିରେ ଯୋଗ ଦେବାକୁଥିବା ସମ୍ଭାବ୍ୟ ନେତାଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଥିଲା। ଏହା ସହ ରାସ୍ତାରେ ଟ୍ରାଫିକ୍‍ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ବିଭିନ୍ନ ସ୍ଥାନରେ ନୂଆକରି ସିସିଟିଭି ଲଗାଯାଇଥିବା ଇଣ୍ଡିଆନ୍‍ ଏକ୍ସପ୍ରେସ ପକ୍ଷରୁ ରିପୋଟ କରାଯାଇଛି।  ହେଲେ ଏସବୁକୁ ବଳି ଯାଇଥିବା ନୂଆଦିଲ୍ଲୀରେ ସିଜେପିର ଆନ୍ଦୋଳନ। ପ୍ରାୟ ୧୦ ହଜାରରୁ ଅଧିକ ଯୁବକ ଓ ଛାତ୍ର ଯୋଗ ଦେବାରୁ ଏହା ସଂଗଠିତ ହେବାକୁ ଲାଗିଲା। ଫଳରେ ସଂସଦ ଭବନକୁ ପଡ଼ିଥିବା ସବୁରାସ୍ତା ଜାମ୍‍ ହୋଇଯାଇଥିଲା। କୌଣସି ଗାଡ଼ି ଗଡ଼ି ପାରି ନଥିଲା। ଖାଲି ସେତିକି ନୁହେଁ ଏହି ପରିସରରେ ଥିବା ମୋବାଇଲ୍‍ ଟାଓ୍ୱାରରୁ ସିଗ୍ନାଲ ମିଳୁ ନଥିଲା।  ଇଣ୍ଟରନେଟ୍‍ ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ ଭଏସ କଲ ମଧ୍ୟ ଡ୍ରପ ହେବା ଭଳି ସମସ୍ୟା ଦେଖିବାକୁ ମିଳିଥିଲା।

ସଂସଦ ଗେଟ ବନ୍ଦ

ସମୟକ୍ରମେ ବଳ ଗୋଟାଇଥିବା ଆନ୍ଦୋଳନର ପ୍ରଭାବ ସଂସଦର ଅଧିବେଶନ ଉପରେ ପଡ଼ିଥିଲା। ପ୍ରଥମରୁ ହିଁ ସଂସଦ ଅଚଳ ହୋଇପଡ଼ିଥିଲା। ଲୋକସଭା ଓ ରାଜ୍ୟସଭାରେ ବିରୋଧି ଦଳର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ବାରମ୍ବାର ସଂସଦକୁ ମୁଲତବୀ କରାଯାଇଥିଲା। ଅପରାହ୍ଣରେ ତ ବ୍ୟବସ୍ଥା ଆହୁରି ବିଗିଡ଼ିଥିଲା। ପୁଲିସକୁ ଆନ୍ଦୋଳନକାରୀଙ୍କ ଉପରେ ଲୁହବୁହା ଗ୍ୟାସ ମାଡ୍‍ କରିବାକୁ ପଡ଼ିଥିଲ। ଯନ୍ତର ମନ୍ତର ଧାରଣାସ୍ଥଳରୁ ଉଚ୍ଛେଦ କରାଯିବା ସହ ଲାଠି ଚାର୍ଜ କରାଯାଇଥିଲା। ଏଥିରେ ଅନେକ ଆହତନ ହୋଇଥିଲେ। ଅନେକଙ୍କୁ ପୁଲିସ ଗିରଫ କରିଥିଲା। ସଂସଦରୁ ବାହାରକୁ ଯାଉଥିବା ସାଂସଦଙ୍କୁ ଆନ୍ଦୋଳନକାରୀ ସଂସଦଭବନକୁ ଆସିବାକୁ ଦେଲେ ନାହିଁ। ଫଳରେ ସଂସଦରେ ଏହି କଥାକୁ ଉଠାଇଥିଲେ କିଛି ସାଂସଦ। ଏହାପରେ ସଂସଦର ବିଭିନ୍ନ ଗେଟକୁ ବନ୍ଦ କରିଦିଆଯାଇଥିଲା। ପରେ ଲୋକସଭା ଓ ରାଜ୍ୟସଭାକୁ ଆସନ୍ତା କାଲି ପାଇଁ ମୁଲତବୀ କରାଯାଇଥିଲା।

ଆନ୍ଦୋଳନକାରୀଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କୁ ଏ ବାବଦରେ ଏକ ସ୍ମାରକପତ୍ର ଦିଆଯାଇଛି। ଏହି ସ୍ମରକପତ୍ରରେ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ବା ବହିଷ୍କାରକୁ ପ୍ରମୁଖ ଭାବେ ଗ୍ରହଣ କରାଯାଇଛି।  ଏହି ଦାବିଗୁଡ଼ିକ ସମ୍ପର୍କରେ ଉପଯୁକ୍ତ ସ୍ତରରେ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ଶ୍ରୀ ନଡ୍ଡା ସୂଚନା ଦେଇଥିବା ସିଜେପି ମୁଖପାତ୍ର ସୌରଭ ଦାସ କହିଛନ୍ତି। କିନ୍ତୁ ନିର୍ଦ୍ଦିଷ୍ଟ କୌଣସି ପ୍ରତିଶୃତି ଦିଆଯାଇ ନାହିଁ ବୋଲି ସେ ସୋଶାଳ୍‍ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି।

ବିଜେପି ସ୍ତରରେ ଏହି ଆନ୍ଦୋଳନ ବିଦେଶୀ ପାଣ୍ଠି ପ୍ରାୟୋଜିତ ବୋଲି ଆଶଙ୍କା କରାଯାଉଛି। ଏପରିକି ଏହା କିଛି ଦେଶ ବିରୋଧିୀ ତତ୍ତ୍ୱ ପରିଚାଳନା କରୁଥିବା ଆଶଙ୍କା କରାଯାଉଛି। ଅପରପକ୍ଷେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆନ୍ଦୋଳନରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି। ସେ ଆନ୍ଦୋଳନକାରୀଙ୍କ ସମର୍ଥନରେ ଥିବା କହିଛନ୍ତି।

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ର ଏବଂ ଯୁବାବର୍ଗଙ୍କ ସହ ରହିଛନ୍ତି। ସେମାନଙ୍କ ଦାବି ବିଷୟରେ ଆଲୋନା କରିବାକୁ ସେ ସରକାରଙ୍କୁ କହିଛନ୍ତି।  

LEAVE A REPLY

Please enter your comment!
Please enter your name here

Popular Articles