Thursday, August 20, 2026
spot_imgspot_img

Top 5 This Week

spot_img

Related Posts

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ୩୬ ଦିନର କକ୍ରୋଚ ଜନତା ପାର୍ଟିର ନିରନ୍ତର ଆନ୍ଦୋଳନ ପରେ ସେ  ଏହି ପଦକ୍ଷେପ ନେଇଛନ୍ତି। ଏଥିନେଇ ଶ୍ରୀ ପ୍ରଧାନ ତାଙ୍କ  ଇସ୍ତଫାପତ୍ରକୁ ଯୁବସାଥିଙ୍କ ଉଦ୍ଦେଶ୍ୟରେ ସୋଶାଲ୍‍ ମିଡିଆ ହ୍ୟାଣ୍ଡଲ ଏକ୍ସରେ ଉଲ୍ଲେଖ କରିଛନ୍ତି। ଏହାପରେ ସିଜେପି ପକ୍ଷରୁ ନ୍ୟାୟ ମିଳିଥିବା କୁହାଯାଇଛି।

ନିଜର ଇସ୍ତଫାପତ୍ର ସେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇଥିବା ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି। ନିଟ୍‍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‍କୁ କେନ୍ଦ୍ର କରି ଏହି ଆନ୍ଦୋଳନ ମୁଣ୍ଡ ଟେକିଥିଲା। ଏହି ପ୍ରସଙ୍ଗରେ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦେବି କରି ନୂଆଦିଲ୍ଲୀର ଯନ୍ତରମନ୍ତରରେ ସିଜେପି ପକ୍ଷରୁ ଅନଶନ ଆରମ୍ଭ କରାଯାଇଥିଲା। ଏହାକୁ ଅଧିକ ସଂଗଠିତ କରିଥିଲା ଶିକ୍ଷାବିତ ସୋନମ ଓ୍ୱାଗଚୁକଙ୍କ ଅନଶନ। ଏହା ସାରା ଦେଶବାସୀଙ୍କୁ ଆଲୋଡ଼ିତ କରିଥିଲା। ଗଲା ୨୦ ତାରିଖ ଦିନ ସଂସଦର ମୌସୁମୀ ଅଧିବେଶନ ଆରମ୍ଭର ପ୍ରଥମ ଦିନରେ ସିଜେପି ପକ୍ଷରୁ ସଂସଦ ଚଲୋ ରାଲି ଆୟୋଜନ କରାଯାଇଥିଲା। ଏଥିରେ ଦେଶର ବିଭିନ୍ନ କୋଣରୁ ଯୁବ ଏବଂ ଛାତ୍ର ଆସି ଯୋଗ ଦେଇଥିଲେ। ଏହା ନୂଆଦିଲ୍ଲୀରେ ଏକ ଅପ୍ରିତୀକର ପରିସ୍ଥିତି ସୃଷ୍ଟି କରିଥିଲା। ଏଥିରେ ସାଧାରଣ ଜନତା ପ୍ରଭାବିତ ହୋଇଥିଲେ। ଆଜି ଯାଏ ନୂଆଦିଲ୍ଲୀର ମେଟ୍ରା ଷ୍ଟେସନ୍‍ଭିତରୁ ୧୭ଟିକୁ ସାଧାରଣ ସେବା ଲାଗି ଉନ୍ମୁକ୍ତ କରାଯାଇପାରୁ ନାହିଁ। ଅପରପକ୍ଷେ ସିଜେପି ଶ୍ରୀ ପ୍ରଧାନଙ୍କ ଇସ୍ତଫା ଦାବିରେ ଅଟଳ ରହିଥିବାରୁ ଛାତ୍ର ଓ ଯୁବସମାଜ ସ୍ୱାର୍ଥରେ ଶ୍ରୀ ପ୍ରଧାନ ଇସ୍ତଫା ଦେଇଥିବା ଜଣାପଡ଼ିଛି।

ଶ୍ରୀ ପ୍ରଧାନ ଆଜି ଏ ପ୍ରସଙ୍ଗରେ କହିଛନ୍ତି, ‘ ବିଗତ ୪ ଦଶନ୍ଧିରୁ ଅଧିକ ସମୟ ଧରି ଶିକ୍ଷା ସୁଧାର ଓ ଛାତ୍ରମାନଙ୍କ ପାଇଁ କାର୍ଯ୍ୟ କରିଆସୁଛନ୍ତି। ଦେଶର ଯୁବଶକ୍ତି ହିଁ ବିକଶିତ ଭାରତର ଆଧାର ବୋଲି ସେ ବିଶ୍ୱାସ କରନ୍ତି। ୩ ମଇ ୨୦୨୬ରେ ହୋଇଥିବା ନିଟ୍‍-ୟୁଜିପରୀକ୍ଷାରେ ଅନିୟମିତତା ନଜରକୁ ଆସିବା ପରେ ସରକାର ତୁରନ୍ତ ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଥିଲେ ଏବଂ ପରୀକ୍ଷା ରଦ୍ଦ କରି ନୂତନ ତାରିଖ ଘୋଷଣା କରିଥିଲେ।

ଆଗାମୀ ବର୍ଷରୁ ଏହି ପରୀକ୍ଷା କମ୍ପ୍ୟୁଟର ଆଧାରିତ ପରୀକ୍ଷା ମାଧ୍ୟମରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସମସ୍ତ ସରକାରୀ ସହଯୋଗରେ ୨୧ ଜୁନ୍ ୨୦୨୬ରେ ୨୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ସୁଚାରୁରୂପେ ପରିଚାଳିତ ହୋଇଥିଲା। ୧୬ ଜୁଲାଇରେ ପ୍ରକାଶିତ ଫଳାଫଳରେ ଅନେକ ମେଧାବୀ ଓ ଗରିବ ପୃଷ୍ଠଭୂମିର ଛାତ୍ରଛାତ୍ରୀ ସଫଳତା ପାଇଥିଲେ।

ବିଗତ କିଛି ଦିନର ଘଟଣାବଳୀ, ଯୁବକମାନଙ୍କୁ ଭ୍ରମିତ କରିବାର ପ୍ରଚେଷ୍ଟା ଏବଂ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଛାତ୍ରମାନଙ୍କର ଭବିଷ୍ୟତ ଯେପରି ଆଇନଗତ ଜଟିଳତାରେ ନ ଫସି ସେମାନେ ପାଠପଢ଼ାରେ ମନୋନିବେଶ କରିପାରିବେ, ସେଥିପାଇଁ ସେ ନିଜର ଇସ୍ତଫା ପତ୍ର ପ୍ରଧାନମନ୍ତ୍ରୀଙ୍କୁ ପଠାଇଥିବା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Popular Articles