Thursday, August 20, 2026
spot_imgspot_img

Top 5 This Week

spot_img

Related Posts

ଓୟୁଏଟିରେ ୨୧ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ନିଯୁକ୍ତି: ଆବେଦନ ଶେଷ ତାରିଖ ସେପ୍ଟେମ୍ବର ୫

ଭୁବନେଶ୍ୱର: ଓଡ଼ିଶାର ଏକମାତ୍ର ସରକାରୀ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ୨୧ଟି ସହକାରୀ ପ୍ରାଧ୍ୟାପକ ବା ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ଲାଗି ବିଜ୍ଞାପନ ପ୍ରକାଶ ପାଇଛି। ଏହି ପଦବୀ ଭିତରୁ ୮ଟି ସାଧାରଣ ବର୍ଗଙ୍କ ଲାଗି ରହିଥିବା ବେଳେ ଆଦିବାସୀ ବର୍ଗ ପାଇଁ ୧୧ଟି, ଅନୁସୂଚିତ ଜାତି ବର୍ଗ ପାଇଁ ୨ଟି ପଦବୀ ସଂରକ୍ଷିତ ରହିଛି। ଆବେଦନ ପାଇଁ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ୫ ତାରିଖ ପୂର୍ବରୁ ନିର୍ଦ୍ଧାରିତ ଫର୍ମାଟରେ ଆବେଦନ କରିବାକୁ କୁହାଯାଇଛି।

ବିଶ୍ୱବିଦ୍ୟାଳୟ ଓ୍ୱେବସାଇଟରେ ଏଥିନେଇ ଏକ ବିଜ୍ଞାପନ ପ୍ରକାଶ କରାଯାଇଛି। ଏହି ବିଜ୍ଞାପନର ଲିଙ୍କ ଏଠାରେ ଉପସ୍ଥାପନ କରାଗଲା: https://ouat.ac.in/wp-content/uploads/2026/08/12596.pdf

ଆବେଦନକର୍ତ୍ତାଙ୍କୁ ସ୍ୱ ସତ୍ୟାପିତ ପ୍ରମାଣପତ୍ରଗୁଡ଼ିକ ସହ ଆବେଦନ କରିବାକୁ ହେବ। ଏହି ଆବେଦନ ଓ ପ୍ରମାଣପତ୍ରର ନକଲକୁ ଓୟୁଏଟିର ରେଜିଷ୍ଟ୍ରାରଙ୍କ ନିକଟକୁ ପଠାଇବାକୁ ହେବ। ଏଥିଲାଗି ପ୍ରାର୍ଥୀଙ୍କୁ ୭୦୦ ଟଙ୍କାର ଅଣ ଫେରସ୍ତ ଡିମାଣ୍ଡ ଡ୍ରାଫ୍ଟ ପଠାଇବାକୁ ହେବ। ବିଶ୍ୱବିଦ୍ୟାଳୟର ୫ଟି ସ୍କୁଲ୍‍ ପାଇଁ ଏହି ପଦବୀ ବିଜ୍ଞପିତ ହୋଇଛି। ମତ୍ସ୍ୟ ବିଜ୍ଞାନ ବିଭାଗରେ ୧୦ଟି ପଦବୀ ଲାଗି ନିଯୁକ୍ତି ହେବ। ସେହିପରି କୃଷି ବିଜ୍ଞାନ ବିଭାଗରେ ୩ଟି, କୃଷି ଯାନ୍ତ୍ରିକ ବିଦ୍ୟା ଓ ଇଞ୍ଜିନିୟରିଂରେ୧, ପ୍ରାଣୀ ବିଜ୍ଞାନରେ ୩ଟି,  ବେସିକ ସାଇନ୍ଦ ଧ ହ୍ୟାମ୍ୟାନିଟିଜ୍‍ ଲାଗି ୬ଟି ପଦବୀ ପୂରଣ କରାଯିବ। ଏହି ବିଜ୍ଞାପନରେ ଓଡ଼ିଆ ଓ ଇଂରାଜୀ ଭାଷାରେ ମଧ୍ୟ ଆସିଷ୍ଟାଣ୍ଯ ପ୍ରଫେସର ନିଯୁକ୍ତି ହେବ।

LEAVE A REPLY

Please enter your comment!
Please enter your name here

Popular Articles