Tuesday, October 6, 2026
spot_imgspot_img

Top 5 This Week

spot_img

Related Posts

ଖାଇବା ତେଲ ଶସ୍ତା ହେବ

ଦେଶରେ ଖାଇବା ତେଲ ଶସ୍ତା ହୋଇଛି। କେନ୍ଦ୍ର ସରକାର ଅଶୋଧିତ ଖାଇବା ତେଲ ଆମଦାନୀ ଉପରେ ଲାଗୁଥିବା ମୌଳିକ ଶୁଳ୍କକୁ ହ୍ରାସ କରିବା ହେତୂ ଏହାର ସୁଫଳ ନାଗରିକଙ୍କୁ ମିଳିଛି। ସେପ୍ଟେମ୍ବର ୨୪ ତାରିଖରୁ ନୂଆ ଦର ଲାଗୁ ହୋଇଛି। ଏହାଦ୍ୱାରା ପୂଜା ବଜାରରେ ସାଧାରଣ ଲୋକଙ୍କ କ୍ରୟ ଉପରେ ଯେମିତିକୌଣସି ପ୍ରଭାବ ନ ପଡ଼ିବ ତାହାକୁ ଧ୍ୟାନରେ ରଖାଯାଇଛି।
ଅର୍ଥ ମନ୍ତ୍ରଣାଳୟର ଅନୁସାରେ ସୋୟାବିନ୍‌, ପାମ୍‌ ଓ ସୂର୍ଯ୍ୟମୁଖୀ ତେଲ ଉପରେ ଥିବା ଆମଦାନୀ ଶୁଳ୍କ ହ୍ରାସ କରାଯାଇଛି। ଫଳରେ ଆଗାମୀ ଦିନରେ ବଜାରରେ ଖାଇବା ତେଲର ଦାମ କମିପାରେ ବୋଲି ଆଶା କରାଯାଉଛି। ନୂଆ ନିଷ୍ପତ୍ତି ଅନୁସାରେ ଅଶୋଧିତ ସୋୟାବିନ୍‌ ଓ ପାମ୍‌ ତେଲ ଉପରେ ବିସିଡିକୁ ୧୦ ପ୍ରତିଶତରୁ ୫ ପ୍ରତିଶତକୁ କମାଯାଇଛି। ସେହିପରି ଅଶୋଧିତ ସୂର୍ଯ୍ୟମୁଖୀ ତେଲ ଉପରେ ଥିବା ୧୦ ପ୍ରତିଶତ ବିସିଡିକୁ ସମ୍ପୂର୍ଣ୍ଣ ହଟାଯାଇଛି।

LEAVE A REPLY

Please enter your comment!
Please enter your name here

Popular Articles