Thursday, August 20, 2026
spot_imgspot_img

Top 5 This Week

spot_img

Related Posts

 ୧୨ ବର୍ଷରେ ଇସ୍ତଫା ଦେଇଛନ୍ତି ୨୨ ମନ୍ତ୍ରୀ, ହେଲେ ଧର୍ମେନ୍ଦ୍ରଙ୍କ ଇସ୍ତଫା କାହିଁକି ଗୁରୁତ୍ୱପୂର୍ଣ୍ଣ

ପ୍ରଥମ ଥର ମୁଣ୍ଡ ନୁଆଁଇଲା ଏନ୍‍ଡିଏ

ଏଗାର ବର୍ଷ ତଳର କଥା। ମାତ୍ର ଏକବର୍ଷ ବିତିଥାଏ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନ୍‍ଡିଏ ସରକାରକୁ। ଜୁନ୍‍ ୨୦୧୫ ମସିହାରେ ତତ୍‍କାଳୀନ ଗୃହମନ୍ତ୍ରୀ ରାଜନାଥ ସିଂହ ବଡ଼ ଦମ୍ଭର ସହ ସେତେବେଳେ କହିଥିଲେ ‘ଏହା ୟୁପିଏ ସରକାର ନୁହେଁ, ଆମେ ଏନ୍‍ଡିଏ ସରକାର। ଏଠାରେ ମନ୍ତ୍ରୀମାନଙ୍କୁ ଇସ୍ତଫା ଦେବାକୁ ପଡ଼େ ନାହିଁ।’ ଆଜି ୨୦୨୬ ଜୁଲାଇରେ ଏନ୍‍ଡିଏ ତୃତୀୟଥର ଲାଗି ସରକାର ଗଢ଼ିଛି। କିନ୍ତୁ ସେ ଦମ୍ଭ ଆଜି ଆଉ ନାହିଁ…।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗଢ଼ା ହୋଇଥିବା ତିନୋଟିଯାକ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀମାନେ ଯେ ଇସ୍ତଫା ଦେଇ ନାହାନ୍ତି ବା ମନ୍ତ୍ରିମଣ୍ଡଳରୁ କାହାକୁ କ୍ଷମତାଚ୍ୟୁତ କରାଯାଇନାହିଁ-ତାହା ନୁହେଁ, ହେଲେ  ବିରୋଧି ଦଳର ଚାପ ବା କୌଣସି ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇ ନୁହେଁ। ସେଥିପାଇଁ ଏନ୍‍ଡିଏର ବରିଷ୍ଠ ନେତାମାନେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ନୂଆ ଭାରତର ନେତୃତ୍ୱ ବୋଲି କହନ୍ତି। ଏପରିକି ୟୁପିଏରେ ମନ୍ତ୍ରୀଙ୍କ ଇସ୍ତଫା ବା ବହିଷ୍କାର ଚାଲେ ଏନ୍‍ଡିଏରେ ନୁହେଁ ବୋଲି ବଡ଼ ଦମ୍ଭର ସହ କହନ୍ତି। ହେଲେ ଆଜି କିନ୍ତୁ ଏନ୍‍ଡିଏ ଗାଡ଼ି ୟୁ-ଟର୍ନ ନେବାଭଳି ଜଣାପଡ଼ୁଛି। ମାତ୍ର ତିନିମାସ ହେଲା ଗଢ଼ା ହୋଇଥିବା ଏକ ଦଳ, ଯାହା କେବେ କ୍ଷମତାରେ ନଥିଲା ବା ଏଯାଏ କ୍ଷମତା ଦେଖି ନାହିଁ, ତାହା ଏନ୍‍ଡିଏର ଏହି ଦର୍ଶନକୁ ବଦଳାଇ ଦେଇଛି। ବାଧ୍ୟ କରିଛି ଏହାର ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ। ଏହାଦ୍ୱାରା ଏନ୍‍ଡିଏର କ୍ଷତି କି କକ୍ରୋଚ ଜନତା ପାର୍ଟିର ଲାଭ ହେବ ତାହାତ ସମୟ ସୁଅରେ ଆଗକୁ ସ୍ପଷ୍ଟ ହେବ କିନ୍ତୁ ଏହା ଏବେ କୁହାଯାଇପାରେ ଯେ ସରକାର ଯେତେ ଶକ୍ତିଶାଳୀ ହେଲେବି ଯୁବଶକ୍ତିଙ୍କ ଆଗରେ ହାର ମାନେ, ମୁଣ୍ଡ ନୁଆଏଁ..।

ଏହା ପୂର୍ବରୁ ଏନ୍‍ଡିଏରେ ସବୁଠାରୁ ବଡ଼ ଚହଳ ପକାଇଥିଲା ଏମ୍ ଜେ ଆକବରଙ୍କ ଇସ୍ତଫା। ୨୦୧୮ ମସିହାରେ ସେ ବହିର୍ବ୍ୟାପାର ମନ୍ତ୍ରଣାଳୟରୁ ଇସ୍ତଫା ଦେଇଥିଲେ। #ମି’ଠୁ ଅଭିଯାନ ଏହାର କାରଣ ହୋଇଥିଲା। ଏହା ମହିଳାଙ୍କ ବିରୋଧରେ ତାଙ୍କର ଇଙ୍ଗିତ ତଥା ନିର୍ଯାତନାକୁ ସାମ୍ନାକୁ ଆଣିଥିଲା। ଅକ୍ଟୋବର ୨୦୧୮ର ଏହି ମାମଲା ଅତ୍ୟନ୍ତ ଚର୍ଚ୍ଚିତ ହୋଇଥିଲା।

୧୨ ବର୍ଷ ହେଲା ଶ୍ରୀ ମୋଦୀଙ୍କ ନେତୃତ୍ୱରେ ଚାଲୁଥିବା ଏହି ସରକାରରେ ୨୬ ଜଣ ମନ୍ତ୍ରୀ ଭିନ୍ନ ଭିନ୍ନ ସମୟରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି ବା ମନ୍ତ୍ରିମଣ୍ଡଳରୁ ବିଚ୍ୟୁତ ହୋଇଛନ୍ତି। କିନ୍ତୁ କୌଣସି ଇସ୍ତଫା ପଛରେ ଆନ୍ଦୋଳନ ବା ଇସ୍ତଫା ଦାବି କାରଣ ହୋଇ ନାହିଁ। ହଁ, ଗତ ସରକାର ସମୟରେ ଶିରୋମଣି ଅକାଳି ଦଳର ସଦସ୍ୟ ହରସିମତ୍‍ ସିଂ କୌର ସରକାରରୁ ଇସ୍ତଫା ଦେଇଥିଲେ। ସେତେବଳେ ମୋଦୀ ସରକାର ଆଣିଥିବା ୩ଟି କଅଷି ଆଇନ ତାଙ୍କ ଇସ୍ତଫାର କାରଣ ହୋଇଥିଲା। ଚାରିଆଡ଼େ କୃଷକ ଆନ୍ଦୋଳନ ଦେଖା ଦେଇଥିଲା। ଶ୍ରୀମତୀ କୌର ମଧ୍ୟ ଏହି ଆଇନଗୁହ଼ିକୁ ବିରୋଧ କରି ଇସ୍ତଫା ଦେଇଥିଲେ। ଅନେକ ଦିନ ଧରି ଏ ଆନ୍ଦୋଳନ ଚାଲିଥିଲା। ଶେଷରେ ମୋଦୀ ସରକାରଙ୍କୁ ଏ ଆଇନ ତିନୋଟି ପ୍ରତ୍ୟାହାର କରିବାକୁ ପଡ଼ିଥିଲା।

୨୦୧୮ ମସିହାରେ ମନ୍ତ୍ରିମଣ୍ଡଳର ସଦସ୍ୟ ଥିବା ତେଲୁଗୁ ଦେଶମ ପାର୍ଟି ନେତା ଅଶୋକ ଗଣପତି ରାଜୁ ଏବଂ ଓ୍ୱାଇଏସ୍‍ ଚୌଧୁରୀ ପଦରୁ ଇସ୍ତଫା ଦେଇଥିଲେ। ଏହି ଇସ୍ତଫାର କାରଣ ଥିଲା ଦଳ ଏନ୍‍ଡିଏରୁ ଅଲଗା ହେବା।

ସେହିପରି ଏନ୍‍ଡିଏ ସଂ ଆସନ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ହୋଇ ଆର୍‍ଏଲ୍‍ଏସ୍‍ପି ନେତା ଉପେନ୍ଦ୍ର କୁସ୍‍ଓ୍ୱାଃ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ।  ସମାନ କାରଣରେ ମାର୍ଚ୍ଚ ୨୦୨୪ରେ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ପଶୁପତି କୁମାର ପାରସ ନିଜ ପଦବୀରୁ ଇସ୍ତଫା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Popular Articles