Wednesday, August 19, 2026
spot_imgspot_img

Top 5 This Week

spot_img

Related Posts

ଇସ୍ତଫା ଦେଲେ  କେନ୍ଦ୍ରମନ୍ତ୍ରୀ ରବନୀତ ସିଂହ ବିଟ୍ଟୁ,  କ’ଣ ରହିଛି  ଇସ୍ତଫାର କାରଣ

ଗଲା ଦୁଇବର୍ଷ ହେଲା କଂଗ୍ରେସରୁ ବିଜେପିକୁ ଆସିଥିବା ପଞ୍ଜାବର ପୂର୍ବତନ କଂଗ୍ରେସ ନେତା ରବନୀତ ସିଂହ ବିଟ୍ଟୁ ଆଜି କେନ୍ଦ୍ରମନ୍ତ୍ରିମଣ୍ଡଳରୁ ହଠାତ୍‍ ଇସ୍ତଫା ଦେଇଛନ୍ତି। ଦେଶରେ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି ଜୋର ଧରୁଥିବା ବେଳେ ରେଳ ରାଷ୍ଟ୍ରମନ୍ତ୍ରୀ ଥିବା ବିଟ୍ଟୁ କାହିଁକି ଇସ୍ତଫା ଦେଲେ?

ନୂଆଦିଲ୍ଲୀ: କେନ୍ଦ୍ର ରେଳ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂହ ବିଟ୍ଟୁ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଥିବା ସେ ନିଜର ଏକ୍ସ ହ୍ୟାଣ୍ଡଲରେ ଉଲ୍ଲେଖ କରିଛନ୍ତି।

ଇସ୍ତଫା ଦେବା ପରେ ବିଟ୍ଟୁ ସୋସିଆଲ ମିଡିଆ ‘X’ ରେ ଲେଖିଛନ୍ତି ଯେ, କେନ୍ଦ୍ର ମନ୍ତ୍ରୀ ଭାବରେ ଦେଶ ତଥା ନିଜର ପ୍ରିୟ ପଞ୍ଜାବ ସେବା କରିବାର ସୁଯୋଗ ଦେଇଥିବାରୁ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗଭୀର କୃତଜ୍ଞତା ଜଣାଉଛନ୍ତି। ଆଗାମୀ ଦିନରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ‘ବିକଶିତ ଭାରତ’ ଗଠନ ପାଇଁ ସେ ନିଜର ଜନସେବା ଜାରି ରଖିବେ।

ଭାରତୀୟ ସମ୍ବିଧାନର ଧାରା ୭୫(୨) ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଇସ୍ତଫାପତ୍ରକୁ ତୁରନ୍ତ ଗ୍ରହଣ କରିଥିବା ଜଣାପଡ଼ିଛି।

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବେଅନ୍ତ ସିଂହଙ୍କ ନାତି ରବନୀତ ସିଂହ ବିଟ୍ଟୁ ପୂର୍ବରୁ କଂଗ୍ରେସରୁ ୩ ଥର ସାଂସଦ ରହିସାରିଛନ୍ତି। ୨୦୦୯ ମସିହାରେ ଆନନ୍ଦପୁରସାହିବ ଲୋକସଭା ଆସନରୁ ସେ ସାଂସଦ ଥିଲେ। ଏହାପରେ ଲୁଧିଆନା ନିର୍ବାଚନ ମଣ୍ଡଳୀରୁ ୨୦୧୪ ଏବଂ ୨୦୧୯ରେ କଂଗ୍ରେସ ଟିକଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୨୪ ନିର୍ବାଚନର କିଛିଦିନ ପୂର୍ବରୁ ସେ ବିଜେପିରେ ଯୋଗ ଦେଇଥିଲେ। ଲୁଧିଆନାରୁ ଲୋକସଭା ନିର୍ବାଚନରେ ପରାଜିତ ହୋଇଥିଲେ ମଧ୍ୟ ବିଜେପି ତାଙ୍କୁ  ଜଣେ ପ୍ରମୁଖ ଶିଖ୍‍ ନେତା ଭାବେ ଗ୍ରହଣ କରି ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲା। ସେ ରାଜ୍ୟସଭାକୁ ଜୁନ୍‍ ୨୦୨୪ରେ ଦୁଇବର୍ଷ ପାଇୋ ନିର୍ବାଚିତ ହୋଇଥିଲେ। ଜୁନ୍‍ ୨୧ ତାରିଖରେ ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ଶେଷ ହୋଇଛି। ଏହିକ୍ରମରେ ସେ ଇସ୍ତଫା ପ୍ରଦାନ କରିଛନ୍ତି।

 ପଞ୍ଜାବରେ ବିଧାନସଭ ନିର୍ବାଚନ ପାଖେଇ ଆସୁଥିବାରୁ ଶ୍ରୀ ବିଟ୍ଟୁଙ୍କ ଇସ୍ତଫା କିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା ଆଡ଼କୁ ଇଙ୍ଗିତ କରୁଛି। ଏହି ନିର୍ବାଚନକୁ ବିଜେପି ପ୍ରଥମଥର ପାଇଁ ଏକୁଟିଆ ଲଢ଼ିବାକୁ ଯାଉଛି। ୨୦୨୨ ପଞ୍ଜାବ ନିର୍ବାଚନରେବ ବିଜେପି ମାତ୍ର ୨ଟି ଆସନ ଜିତିଥିଲା।

LEAVE A REPLY

Please enter your comment!
Please enter your name here

Popular Articles