Thursday, August 20, 2026
spot_imgspot_img

Top 5 This Week

spot_img

Related Posts

ଫାଇଲ ଗାୟବ ଘଟଣାରେ ପାଣ୍ଡିଆନ୍‍ଙ୍କୁ ଡାକରା, ଥାନାରେ ହାଜର ହେବାକୁ ନୋଟିସ

ନବୀନଙ୍କୁ କେବେ?

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଫାଇଲ ଗାୟବ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପୂର୍ବତନ ସଚିବ ତଥା ବିଜେଡି ନେତା ଭିକେ ପାଣ୍ଡିଆନ୍‍ଙ୍କୁ ଡାକରା ପଠାଇଛି ଭୁବନେଶ୍ୱର କମିଶନରେଟ ପୁଲିସ।  ତାଙ୍କ ପାଖରେ ଥିବା ଡିଜିଟାଲ୍‍ ଏଭିଡେନ୍ସ ହେଉ ବା ଏ ସମ୍ବନ୍ଧୀୟ ରେକର୍ଡକୁ ସେ ତୁରନ୍ତ ନେଇ ଜୋନ-୧ ଏସିପିଙ୍କ ପାଖରେ ଜେରା ପାଇଁ ହାଜର ହେବାକୁ ଏହି ନୋଟିସରେ କୁହାଯାଇଛି। ଜୁଲାଇ ୨୫ ତାରିଖ ସକାଳ ୧୦ଟାରେ ତାଙ୍କୁ ହାଜର ହେବାକୁ ନୋଟିସ ଦିଆଯାଇଛି। ଏହା ପରେ ପୁଲିସ କେବେ ନବୀନ ନିବାସରେ ପହଞ୍ଚିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି

ପୂର୍ବରୁ ଏହି ମାମଲାରେ ପୂର୍ବତନ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସଚିବ ତଥା ତତ୍‍କାଳୀନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଆଇଆର୍‍ଏସ୍‍ ଅଧିକାରୀ ମନୋଜ ମିଶ୍ରଙ୍କୁ ମଧ୍ୟ ଜେରା ପାଇଁ ନୋଟିସ କରାଯାଇଥିଲା। ଏହାସହ ପୂର୍ବତନ ଗୃହ ସଚିବ ରାଜେଶ କୁମାର ବର୍ମାଙ୍କୁ ମଧ୍ୟ ଏହିପରି ନୋଟିସ ପଠାଯାଇ ୨୨ ତାରିଖରେ ହାଜର ହେବାକୁ କୁହାଯାଇଥିଲା। ଶ୍ରୀ ମିଶ୍ର ପୁଲିସ ନୋଟିସକୁ ସମ୍ମାନ ଦେଇ ହାଜର ହୋଇଥିବା ବେଳେ ଶ୍ରୀ ବର୍ମା ଏଯାଏ ହାଜର ହୋଇ ନାହାନ୍ତି। ଅପରପକ୍ଷେ ଏ ମାମଲାକୁ ଆଉ ପାଦେ ଆଗକୁ ନେଇ କ୍ୟାପିଟାଲ୍‍ ଥାନା ପକ୍ଷରୁ ନବୀନଙ୍କ ସବୁଠାରୁ ନିକଟତର ପାଣ୍ଡିଆନ୍‍ଙ୍କୁ ନୋଟିସ ଦିଆଯାଇଛି।

ଜୁନ୍‍ ମାସରେ କ୍ୟାପିଟାଲ୍‍ ଥାନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଏତଲାକୁ ଭିତ୍ତିକରି ଏହି ପଦକ୍ଷେପ ନିଆଯାଇଛି। ଏହି ଏତଲା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଫାଇଲ୍‍ ଗାୟବ ହୋଇଛି। ଏହି ଦୁଇ ଫାଇଲ୍‍ ରାଜ୍ୟ ଗୃହ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଥିଲେ ମଧ୍ୟ ତାହା ଫେରି ନଥିବା ଗୃହବିଭାଗ ପକ୍ଷରୁ କୁହାଯାଇଛି।

ଏହି ଫାଇଲ୍‍ ଦୁଇଟି ଭିତରେ ସାମିଲ ରହିଛି ୨୦୦୮ ମସିହା ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ଘଟଣା ତଦନ୍ତ ରିପୋର୍ଟ ଏବଂ ୨୦୧୬ ମସିହା ସମ୍‍ ହସ୍‍ପିଟାଲ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ଫାଇଲ।  

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ପରେ ସାମ୍ପ୍ରଦାୟିକ ଦଙ୍ଗା ଏବଂ ପରବର୍ତ୍ତୀ ସମୟରେ ରାଜ୍ୟରେ ରାଜନୀତିକ ବିବାଦ ହୋଇ ବିଜେପି-ବିଜେଡି ମେଣ୍ଟ ଭାଙ୍ଗିଥିଲା। ୨୦୦୯ ମସିହାରୁ ଆରମ୍ଭ ହୋଇଥିଲା ସମ୍ପୂର୍ଣ୍ଣ ବିଜେଡି ସରକାର। ଆଉ ତାହା ୨୦୨୪ ଯାଏ ଶାସନରେ ରହିଲା।  ୨୦୧୬ ମସିହାରେ ଏ ଘଟଣାର ତଦନ୍ତ ପାଇଁ ଗଠନ ହୋଇଥିବା ବିଚାରପତି ଏଏସ୍‍ନାଇଡ଼ୁ କମିଶନଙ୍କ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯାଇଥିଲା। ସେହି ୨୦୨୬ ମସିହା ଅକ୍ଟୋବରରେ ଆଉ ଏକ କାଣ୍ଡ ହେଲା। ତାହା ହେଲା ସମ୍‍ ହସ୍‍ପିଟାଲ୍‍ ଅଗ୍ନିକାଣ୍ଡ। ବିଜେଡି ସରକାର ସମୟରେ ଘଟିଥିବା ଏହି ଘଟଣା ପାଇଁ ମଧ୍ୟ ତଦନ୍ତ କମିଶନ ବସାଇଲେ। ଆରଡିସିଙ୍କ ନେତୃତ୍ୱରେ ହୋଇଥିବା ଏହି ତଦନ୍ତ ରିପୋର୍ଟ ୨୦୧୮ ମସିହାରେ ପହଞ୍ଚିଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବିନା କୌଣସି କାର୍ଯ୍ୟାନୁଷ୍ଠାନରେ ଏହି ଦୁଇ ରିପୋର୍ଟ ପଡ଼ି ରହିଲା।

ଏହାପରେ ୨୦୧୯ରେ ନିର୍ବାଚନ ହୋଇଥିଲା। କିନ୍ତୁ ଫାଇଲ ଗୃହ ବିଭାଗକୁ ହସ୍ତାନ୍ତର କରାଯାଇ ନଥିଲା। ୨୦୨୪ ଜୁନ୍‍ ୪ ତାରିଖରେ ନିର୍ବାଚନ ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସବୁ ଫାଇଲ ଫେରାଇଥିଲେ। କିନ୍ତୁ ଏହି ଦୁଇ ଫାଇଲ ଫେରାଇଲେ ନାହିଁ।

ହେଲେ ଏଥର ସରକାର ବଦଳିଗଲେ। ଯେଉଁ ବିଜେପିକୁ ଦୋଷୀ ବୋଲି ଘୋଷଣା କରି ବିଜେଡି ଲୋକମତ ପ୍ରାପ୍ତ କରିଥିଲା ଏବେ ସେ ସରକାରକୁ ଆସିଲା। ସେଇ ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ଫାଇଲ ଖୋଜୁ ଖୋଜୁ ତାହା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନାହିଁ ବୋଲି ଜାଣିଲେ। କିନ୍ତୁ ସବୁ ନୀରବ ରହିଲେ। ୨୦୨୬ରେ ସେ ଫାଇଲ ଖୋଜା ହେଲା। ଆଉ ଗୃହ ବିଭାଗ ଏ ନେଇ ଜୁନ୍‍ ୨୦୨୬ରେ ଥାନାରେ ଏତଲା ଦାୟର କରିଛନ୍ତି।  

LEAVE A REPLY

Please enter your comment!
Please enter your name here

Popular Articles