Tuesday, October 6, 2026
spot_imgspot_img

Top 5 This Week

spot_img

Related Posts

ମାସିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର ସହ ବିଶ୍ୱଭ୍ରମଣର ସୁଯୋଗ- ଜାଣନ୍ତୁ ଏହି ଚାକିରି ବିଷୟରେ

ଆପଣଙ୍କୁ ଅସମ୍ଭବ ଲାଗୁଥିଲେ ବି କଥାଟା ସତା ଏହି ଚାକିରିରେ ବହୁତ ଦରମା । ତା ସହ ବିଭିନ୍ନ ଦେଶ ବୁଲିବାର ସୁଯୋଗ । ଏହି ଚାକିରି ନାମ ହେଉଛି ମର୍ଚାଣ୍ଟ ନାଭି। ମର୍ଚାଣ୍ଟ ନାଭି ଅଫିସରମାନେ ଆକର୍ଷଣୀୟ ଦରମା ପାଇବା ସହ ବିଶ୍ୱସ୍ତରୀୟ ଜାହାଜ କମ୍ପାନୀଗୁଡ଼ିକରେ କାମ କରନ୍ତି । ଏଥିରେ ସେମାନ ମାସ ମାସ ଧରି ବିଶ୍ୱଭ୍ରମଣ କରିବାର ସୁଯୋଗ ପାଆଥାଆନ୍ତି ।

କ୍ୟାରିୟରର ପ୍ରାରମ୍ଭରେ ହିଁ ମାସିକ ୧ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରିବା ସହ ଅନ୍ତର୍ଜାତୀୟ କମ୍ପାନୀରେ କାର୍ଯ୍ୟ କରିବା, ୟୁରୋପ, ଏସିଆ ଓ ଆମେରିକାର ବିଭିନ୍ନ ବନ୍ଦର ବୁଲିବା ପାଇଁ ସୁଯୋଗ ମିଳିଥାଏ । କୌଣସି ଅଫିସ୍‌ରେ ଖାଲି ବସିବା ବଦଳରେ ସମୁଦ୍ରରେ ମାସ ମାସ ବୁଲିବା ପାଇଁ ପଡିଥାଏଅ । ବିଶ୍ୱ ପରିବହନ ଶିଳ୍ପରେ ପ୍ରାୟ ୧୯ ଲକ୍ଷ ନାବିକ (seafarers) କାର୍ଯ୍ୟ କରୁଛନ୍ତି । ୧ ଲକ୍ଷରୁ ଅଧିକ ବାଣିଜ୍ୟିକ ଜାହାଜ ବିଶ୍ୱ ବାଣିଜ୍ୟର ୮୦ ରୁ ୯୦ ପ୍ରତିଶତ ସାମଗ୍ରୀ ପରିବହନ କରନ୍ତି। ଅନେକ ଜାହାଜରେ ବିଭିନ୍ନ ଦେଶର କର୍ମଚାରୀ ଏକାଠି କାମ କରନ୍ତି। ଉଦାହରଣ ସ୍ୱରୂପ, ଗ୍ରୀକ୍ କମ୍ପାନୀର ମାଲିକାନାରେ ଥିବା ଏବଂ ଲାଇବେରିଆରେ ପଞ୍ଜୀକୃତ ଏକ ଟ୍ୟାଙ୍କରରେ ଭାରତୀୟ କ୍ୟାପଟେନ, ଫିଲିପାଇନ୍ସର ଇଞ୍ଜିନିୟର ଏବଂ ୟୁକ୍ରେନର ଅଫିସର ଏକାଠି କାର୍ଯ୍ୟ କରନ୍ତି। ଉଚ୍ଚମାନର ବୈଷୟିକ ପ୍ରଶିକ୍ଷଣ, ଇଂରାଜୀ ଭାଷାରେ ଦକ୍ଷତା ଏବଂ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ଯୋଗୁଁ ଭାରତୀୟ ନାବିକମାନଙ୍କର ବିଶ୍ୱବ୍ୟାପୀ ବହୁତ ଚାହିଦା ରହିଛି।

ମର୍ଚାଣ୍ଟ ନାଭି ଅଫିସରଙ୍କ କାମ କ’ଣ?

ମର୍ଚାଣ୍ଟ ନାଭି ଅଫିସରମାନେ ବ୍ୟବସାୟିକ ଜାହାଜ ଚଳାଚଳ ଏବଂ ତେଲ କଣ୍ଟେନର, ଗାଡ଼ି, ଖାଦ୍ୟ ଓ ରାସାୟନିକ ପଦାର୍ଥ ପରିବହନର ଦାୟିତ୍ୱ ତୁଲାନ୍ତି। ଭାରତୀୟ ନୌସେନା (Indian Navy) ଏକ ସାମରିକ ବାହିନୀ ହୋଇଥିବା ବେଳେ ମର୍ଚାଣ୍ଟ ନାଭି ହେଉଛି ଏକ ବାଣିଜ୍ୟିକ ଶିଳ୍ପ।

ଏଥିରେ ତିନୋଟି ମୁଖ୍ୟ ବିଭାଗ ରହିଛି:

୧-ଡେକ୍ ଅଫିସର (Deck Officer): ଜାହାଜ ଚାଳନା (Navigation), ରୁଟ୍ ଯୋଜନା, ମାଲ ପରିବହନ କାର୍ଯ୍ୟ ଏବଂ ଜାହାଜର ସୁରକ୍ଷା ଦାୟିତ୍ୱ।
୨- ମେରାଇନ୍ ଇଞ୍ଜିନିୟର (Marine Engineer): ଇଞ୍ଜିନ, ଯନ୍ତ୍ରପାତି, ଜେନେରେଟର ଏବଂ ପ୍ରପଲସନ୍ ସିଷ୍ଟମର ରକ୍ଷଣାବେକ୍ଷଣ।
୩- ଇଲେକ୍ଟ୍ରୋଟେକ୍ନିକାଲ୍ ଅଫିସର ( ETO): ବୈଦ୍ୟୁତିକ ବ୍ୟବସ୍ଥା, ଅଟୋମେସନ୍ ଏବଂ ଯୋଗାଯୋଗ ଉପକରଣ ପରିଚାଳନା।

କ୍ୟାରିୟର ପଦୋନ୍ନତି:

ପ୍ରଥମେ ଡେକ୍ ଅଫିସର ପରେ ଟ୍ରେନି କ୍ୟାଡେଟ୍ , ଥାର୍ଡ ଅଫିସର , ସେକେଣ୍ଡ ଅଫିସର , ଚିଫ୍ ଅଫିସର , କ୍ୟାପଟେନ୍।
ଇଞ୍ଜିନିୟର: ସମାନ ପଦ୍ଧତିରେ ପଦୋନ୍ନତି ପାଇ ଶେଷରେ ‘ଚିଫ୍ ଇଞ୍ଜିନିୟର’ ପଦବୀ ହାସଲ କରନ୍ତି, ଯାହା ଜାହାଜର ସର୍ବୋଚ୍ଚ ଦରମାପ୍ରାପ୍ତ ପଦବୀଗୁଡ଼ିକ ମଧ୍ୟରୁ ଅନ୍ୟତମ।

ଆବଶ୍ୟକୀୟ ଦକ୍ଷତା ଓ ଭାରତୀୟଙ୍କ ଚାହିଦାର କାରଣ

  • ଜରୁରୀକାଳୀନ ପରିସ୍ଥିତିରେ ଶାନ୍ତ ରହିବା।
  • ବହୁଭାଷୀ ଓ ବିଭିନ୍ନ ଦେଶର ନାବିକ କିମ୍ବା ଜାହାଜରେ କାମ କରୁଥିବା କର୍ମଚାରୀଙ୍କ ସହ ଇଂରାଜୀରେ ଉତ୍ତମ ଯୋଗାଯୋଗ କରିବା
  • ଦୀର୍ଘ ସମୟ ଧରି ଧ୍ୟାନର ସହ କାମ କରିବା ଏବଂ ବୈଷୟିକ ସମସ୍ୟାର ତୁରନ୍ତ ସମାଧାନ କରିବା
  • ନିରାପତ୍ତା ନିୟମାବଳୀର ସଠିକ୍ ପାଳନ ଓ ବିଭିନ୍ନ ପରିସ୍ଥିତି ସହ ଖାପ ଖୁଆଇ ଚଳିବା।

ଭାରତୀୟ ଅଫିସରମାନଙ୍କ ଚାହିଦାର କାରଣ:

  • ଉନ୍ନତ ସାମୁଦ୍ରିକ ଶିକ୍ଷା ଓ ପ୍ରଶିକ୍ଷଣ।
  • STCW (Standards of Training, Certification and Watchkeeping for Seafarers) ଅଧୀନରେ ଅନ୍ତର୍ଜାତୀୟ ସ୍ୱୀକୃତିପ୍ରାପ୍ତ ପ୍ରମାଣପତ୍ର।
  • ଇଂରାଜୀ ଭାଷାରେ ଉତ୍ତମ ଦକ୍ଷତା ଏବଂ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ନିଯୁକ୍ତି ବା ଅନ୍ୟ ଦେଶର ଲୋକଙ୍କ ଠାରୁ କମ୍‌ ଦରମାରେ କାମ କରିଥାଆନ୍ତି

ଏଥିପାଇଁ ଯୋଗ୍ୟତା ବା ମାନଦଣ୍ଡ:

  • ଶିକ୍ଷାଗତ ଯୋଗ୍ୟତା: ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ (PCM) ଏବଂ ଇଂରାଜୀ ବିଷୟ ସହିତ ଦ୍ୱାଦଶ (Class 12) ଉତ୍ତୀର୍ଣ୍ଣ, ସିବିଏସି ବା ଆସିଏସ୍‌ସି(CBSE, ICSE କିମ୍ବା ସମକକ୍ଷ ବୋର୍ଡରୁ) କିମ୍ବା ରାଜ୍ୟର ସ୍ୱୀକୃତି ପ୍ରାପ୍ତ ବୋର୍ଡରୁ ପାସ୍‌ କରିଥିବା ଆବଶ୍ୟକ । ବାଣିଜ୍ୟ କିମ୍ବା କଳା ଛାତ୍ରଛାତ୍ରୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ ନାହିଁ।
  • ଡାକ୍ତରୀ ମାନଦଣ୍ଡ: DG Shipping (Directorate General of Shipping) ଅନୁମୋଦିତ ଡାକ୍ତରଙ୍କ ଦ୍ୱାରା ପରୀକ୍ଷା, ଉତ୍ତମ ଦୃଷ୍ଟିଶକ୍ତି (ଷ୍ଟ୍ରିମ୍ ଅନୁଯାୟୀ), ସଠିକ୍ ରଙ୍ଗ ଚିହ୍ନିବା କ୍ଷମତା (Colour vision), ଉତ୍ତମ ଶ୍ରବଣ ଶକ୍ତି ଏବଂ ଉଚ୍ଚ ଶାରୀରିକ ଦକ୍ଷତାର ଆବଶ୍ୟକତା ରହିଛି।
  • ପ୍ରମୁଖ ପାଠ୍ୟକ୍ରମ
  • BSc Nautical Science: ଡେକ୍ ଅଫିସର ହେବା ପାଇଁ (୩ ବର୍ଷ)।
  • Diploma in Nautical Science (DNS): ଏହା ସମୁଦ୍ର ଯାତ୍ରା ତାଲିମ (sea service) ସମାପ୍ତ ପରେ BSc ଡିଗ୍ରୀ ।
  • BE / BTech Marine Engineering: ଇଞ୍ଜିନିୟରିଂ ଅଫିସର ପାଇଁ (୪ ବର୍ଷ)।
  • Graduate Marine Engineering (GME): ମେକାନିକାଲ୍ ଇଞ୍ଜିନିୟରିଂ କିମ୍ବା ନାଭାଲ୍ ଆର୍କିଟେକ୍ଚରରେ ଡିଗ୍ରୀ ହାସଲ କରିଥିବା ଛାତ୍ରଙ୍କ ପାଇଁ ୧ ବର୍ଷର ପାଠ୍ୟକ୍ରମ।
  • Electro Technical Officer (ETO) Courses: ଜାହାଜର ଇଲେକ୍ଟ୍ରିକାଲ୍ ଏବଂ ଅଟୋମେସନ୍ ସିଷ୍ଟମ୍ ପାଇଁ। ଗୁରୁତ୍ୱପୂର୍ଣ୍ଣ ସୂଚନା: ସାଧାରଣ କଲେଜରୁ ଇଞ୍ଜିନିୟରିଂ କଲେ ମର୍ଚାଣ୍ଟ ନାଭିରେ ଅଫିସର ହୋଇହୁଏ ନାହିଁ। କଲେଜ କିମ୍ବା ଇନଷ୍ଟିଚ୍ୟୁଟ୍‌ଟି ନିଶ୍ଚିତ ଭାବେ DG Shipping ଦ୍ୱାରା ଅନୁମୋଦିତ ହୋଇଥିବା ଆବଶ୍ୟକ।
    ପ୍ରବେଶିକା ପରୀକ୍ଷା ଓ ସ୍ପନସରସିପ୍ (Sponsorship)
  • IMU CET: ଇଣ୍ଡିଆନ୍ ମେରିଟାଇମ୍ ୟୁନିଭରସିଟି ଦ୍ୱାରା ପରିଚାଳିତ ଏହି ପ୍ରବେଶିକା ପରୀକ୍ଷାରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ, ଇଂରାଜୀ ଏବଂ ଆପ୍ଟିଚ୍ୟୁଡ୍‌ରୁ ପ୍ରଶ୍ନ ଆସିଥାଏ
  • ସ୍ପନସରସିପ୍ କାହିଁକି ଜରୁରୀ: କୋର୍ସରେ ନାମ ଲେଖାଇବା ପୂର୍ବରୁ କିମ୍ବା ସମୟରେ ଏକ ସିପିଂ କମ୍ପାନୀ ଦ୍ୱାରା ଚୟନ ହେବାକୁ ‘ସ୍ପନସରସିପ୍’ କୁହାଯାଏ। ଏହା ଦ୍ୱାରା କମ୍ପାନୀ ଛାତ୍ରଙ୍କୁ ପାଠପଢ଼ା ପରେ ବାଧ୍ୟତାମୂଳକ ଅନ୍-ବୋର୍ଡ ସି-ଟ୍ରେନିଂ (Sea Training) ଯୋଗାଇଦେବାର ପ୍ରତିଶ୍ରୁତି ଦିଏ। ବିନା ସ୍ପନସରସିପ୍‌ରେ ପରବର୍ତ୍ତୀ ସମୟରେ ଜାହାଜରେ ତାଲିମ ପାଇବା କଷ୍ଟକର ହୋଇପାରେ।
    ଜାହାଜର ପ୍ରକାର, କମ୍ପାନୀ ଏବଂ ଅଭିଜ୍ଞତା ଉପରେ ଦରମା ନିର୍ଭର କରେ:
    ପଦବୀ (Role) | ଆନୁମାନିକ ମାସିକ ଦରମା |
    ଡେକ୍ କ୍ୟାଡେଟ୍ (Deck Cadet) | ମାସିକ ୩୦,୦୦୦ଟଙ୍କା ରୁ ୮୦,୦୦୦ଟଙ୍କା (ଷ୍ଟାଇପେଣ୍ଡ) |
    ଥାର୍ଡ ଅଫିସର (Third Officer) | ମାସିକ ୧ ଲକ୍ଷ ଟଙ୍କା ରୁ ୩ ଲକ୍ଷ ଟଙ୍କା|
    ସେକେଣ୍ଡ ଅଫିସର (Second Officer) | ମାସିକ ୨ ଲକ୍ଷ ଟଙ୍କା ରୁ ୪ ଲକ୍ଷଟଙ୍କା |
    ଚିଫ୍ ଅଫିସର (Chief Officer) | ମାସିକ ୪ ଲକ୍ଷ ଟଙ୍କାରୁ ଟଙ୍କା୮ ଲକ୍ଷ ଟଙ୍କା |
    କ୍ୟାପଟେନ୍ (Captain) |ମାସିକ ୬ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କା କିମ୍ବା ଅଧିକ |
    ଜୁନିଅର ମେରାଇନ୍ ଇଞ୍ଜିନିୟର |ମାସିକ ୧ ଲକ୍ଷ ଟଙ୍କା ରୁ ୩ ଟଙ୍କାଲକ୍ଷ |
    ଚିଫ୍ ଇଞ୍ଜିନିୟର (Chief Engineer) |ମାସିକ ୬ ଲକ୍ଷ ଟଙ୍କା ରୁ ୧୦ ଲକ୍ଷମ ଟଙ୍କା କିମ୍ବା ଅଧିକ |
    ଇଲେକ୍ଟ୍ରୋ ଟେକ୍ନିକାଲ୍ ଅଫିସର (ETO) | ମାସିକ ୨ ଲକ୍ଷ ଟଙ୍କା ରୁ ୫ ଲକ୍ଷ ଟଙ୍କା|

ସୁବିଧା, ଆହ୍ୱାନ ଏବଂ ରେଟିଂ (Ratings) ବିକଳ୍ପ

  • ସୁବିଧା: ଉଚ୍ଚ ଦରମା, ବିଶ୍ୱଭ୍ରମଣର ସୁଯୋଗ, ଚୁକ୍ତି ଶେଷରେ ମାସ ମାସ ଧରି ଦରମା ସହିତ ଛୁଟି।
  • ଆହ୍ୱାନ: ୪ ରୁ ୯ ମାସ ପର୍ଯ୍ୟନ୍ତ ପରିବାରଠାରୁ ଦୂରରେ ରହିବା, ସୀମିତ ଇଣ୍ଟରନେଟ୍ ସୁବିଧା, ପ୍ରତିକୂଳ ପାଣିପାଗ ଏବଂ ଚବିଶ ଘଣ୍ଟିଆ ସିଫ୍ଟ ଡ୍ୟୁଟି।
  • ରେଟିଂ (GP Rating): ଯେଉଁମାନେ ଅଫିସର ଭାବେ ଯୋଗ ଦେଇପାରନ୍ତି ନାହିଁ, ସେମାନେ GP Rating କୋର୍ସ କରି ସି ମ୍ୟାନ୍‌, ମୋଟର ମ୍ୟାନ୍‌ କିମ୍ବା ଫିଟର୍‌ ଭାବେ କାର୍ଯ୍ୟ କରିପାରିବେ। ପରବର୍ତ୍ତୀ ସମୟରେ ଅଭିଜ୍ଞତା ଏବଂ ପରୀକ୍ଷା ମାଧ୍ୟମରେ ସେମାନେ ମଧ୍ୟ ଅଫିସର ହୋଇପାରିବେ। ନିଯୁକ୍ତି ପ୍ରକ୍ରିୟା

. PCM ସହ ଦ୍ୱାଦଶ ପାସ୍
. ଡାକ୍ତରୀ ମାନଦଣ୍ଡ ପୂରଣ
. IMU CET ପରୀକ୍ଷା
. DG Shipping ଅନୁମୋଦିତ କଲେଜ ଏବଂ କମ୍ପାନୀ ସ୍ପନସରସିପ୍ ପାଇଁ ଆବେଦନ
. କୋର୍ସ ଏବଂ STCW ତାଲିମ ସମ୍ପୂର୍ଣ୍ଣ
. ଜାହାଜରେ ସି-ଟ୍ରେନିଂ ଶେଷ କରି ‘Certificate of Competency’ ହାସଲ କରନ୍ତୁ ଏବଂ ଜୁନିଅର ଅଫିସର ଭାବେ ଯୋଗ ଦେଇପାରିବେ
ପ୍ରମୁଖ ନିଯୁକ୍ତିଦାତା କମ୍ପାନୀ:
Anglo-Eastern, Synergy Marine Group, Fleet Management Limited, Executive Ship Management, Bernhard Schulte Shipmanagement ଏବଂ MSC Shipmanagement।

ଯଦି ଆପଣ ଦୁଃସାହସିକ ଯାତ୍ରା ପସନ୍ଦ କରନ୍ତି, ଦାୟିତ୍ୱ ନେବାକୁ ଭଲପାଆନ୍ତି ଏବଂ ଇଞ୍ଜିନିୟରିଂ ତଥା ଟେକ୍ନୋଲୋଜିରେ ଆଗ୍ରହୀ, ତେବେ ମର୍ଚାଣ୍ଟ ନାଭି ଏକ ଉତ୍କୃଷ୍ଟ କ୍ୟାରିୟର । ଏହାର ଅଫିସ୍ ସ୍ଥଳଭାଗରେ ନୁହେଁ, ବରଂ ମହାସାଗର ଅଥଳ ନୀଳ ଜଳରାଶିରେ ସୂର୍ଯ୍ୟୋଦୟକୁ ସୂର୍ଯ୍ୟାସ୍ତ ଗ୍ରୀଷ୍ମରୁ ଶୀତ ପ୍ରତ୍ୟେକ ଦିନ ଓ ରାତି ଭାସମାନ ଏବଂ ଏକ ଆହ୍ୱାନର ସହିତ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

Popular Articles