Tuesday, September 1, 2026
spot_imgspot_img

Top 5 This Week

spot_img

Related Posts

୪୮ଟି ସହକାରୀ କୃଷି ଯନ୍ତ୍ରୀ ନିଯୁକ୍ତି ପାଇଁ ଆବେଦନ ଆହ୍ୱାନ କଲେ ଓପିଏସ୍‍ସି

ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ୱାରା ୪୮ଟି ସହକାରୀ କୃଷି ଯନ୍ତ୍ରୀ ପଦବୀ ପାଇଁ ଆବେଦନ ଆହ୍ୱାନ
କରାଯାଇଛି। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅଧୀନରେ ଏହି ୪୮ଟି ସ୍ଥାୟୀ ପଦବୀ ପୂରଣ କରାଯିବ।
ପଦବୀ ନାମ: ସହକାରୀ କୃଷି ଯନ୍ତ୍ରୀGroup B)
ମୋଟ ପଦବୀ: ୪୮ (ସେଥିମଧ୍ୟରୁ ୧୬ଟି ମହିଳାଙ୍କ ପାଇଁ ସଂରକ୍ଷିତ)
ଅଣସଂରକ୍ଷିତ (UR): ୨୨, (୦୭-ମହିଳା), SEBC: ୦୩ (୦୧-ମହିଳା), SC: ୦୮ (୦୩-ମହିଳା), ST: ୧୫ (୦୫-ମହିଳା), ସ୍ୱତନ୍ତ୍ର ବର୍ଗ: ଭିନ୍ନକ୍ଷମ (PwD) – ୦୬ ଏବଂ ପୂର୍ବତନ ସୈନିକ – ୦୧
ଦରମା: ORSP Rules, 2017 ଅନୁସାରେ Pay Matrix Level-10 (ମୂଳ ଦରମା ₹୪୪,୯୦୦/- ସହ ଅନ୍ୟାନ୍ୟ ଭତ୍ତା)

ଯୋଗ୍ୟତା: ବୟସ ସୀମା (୦୧.୦୧.୨୦୨୬ ସୁଦ୍ଧା): ପ୍ରାର୍ଥୀଙ୍କ ବୟସ ୨୧ ରୁ ୪୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ (ଜନ୍ମ ତାରିଖ ୨ ଜାନୁଆରୀ ୧୯୮୪ ରୁ ୧ ଜାନୁଆରୀ ୨୦୦୫ ମଧ୍ୟରେ ହୋଇଥିବା ଉଚିତ୍)। ନିୟମାନୁସାରେ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ କୋହଳ ବ୍ୟବସ୍ଥା ରହିଛି।
ଶିକ୍ଷାଗତ ଯୋଗ୍ୟତା: କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ କୃଷି ଯନ୍ତ୍ରୀ (Agriculture Engineering) ରେ ବିଏସ୍‌ସି/ବି.ଟେକ୍ డిଗ୍ରୀ ହାସଲ କରିଥିବା ଆବଶ୍ୟକ।

ଚୟନ ପ୍ରକ୍ରିୟା ଓ ପରୀକ୍ଷା ତାରିଖ:
ଚୟନ ପ୍ରଣାଳୀ: ଲିଖିତ ପରୀକ୍ଷା (MCQ Pattern) ଏବଂ ସାକ୍ଷାତକାର (Personality Test) ଆଧାରରେ ଚୟନ କରାଯିବ।
ଲିଖିତ ପରୀକ୍ଷା ତାରିଖ: ଲିଖିତ ପରୀକ୍ଷା ୦୧ ନଭେମ୍ବର ୨୦୨୬ (ରବିବାର) ଦିନ ଅନୁଷ୍ଠିତ ହେବ।
ଆବେଦନ ପ୍ରକ୍ରିୟା ଓ ଫି’:

ଆବେଦନ ତାରିଖ: ଅନଲାଇନ୍ ଆବେଦନ ୨୮.୦୮.୨୦୨୬ ରୁ ଆରମ୍ଭ ହୋଇ ୨୮.୦୯.୨୦୨୬ (ସନ୍ଧ୍ୟା ୫:୦୦) ପର୍ଯ୍ୟନ୍ତ ଚାଲିବ।

ପରୀକ୍ଷା ଫି’: ₹୭୦୦/- (SC, ST ଏବଂ PwD ପ୍ରାର୍ଥୀଙ୍କ ପାଇଁ ମାଗଣା)। ଲିଖିତ ପରୀକ୍ଷାରେ ଅଂଶଗ୍ରହଣ କରୁଥିବା ଅନ୍ୟ ସମସ୍ତ ପ୍ରାର୍ଥୀଙ୍କୁ ପରୀକ୍ଷା ପରେ ଏହି ଫି’ ଫେରସ୍ତ କରାଯିବ।

ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀ OPSC ର ଅଫିସିଆଲ୍ ୱେବସାଇଟ୍: https://opsc.gov.in କୁ ଯାଇ ଅନଲାଇନ୍ ଆବେଦନ କରିପାରିବେ।

LEAVE A REPLY

Please enter your comment!
Please enter your name here

Popular Articles