ପାର୍ବଣରେ ବିକାଶ କାର୍ଯ୍ୟକୁ ଗୁରୁତ୍ୱ ଦେଲେ କେନ୍ଦ୍ର ସରକାର; ବିକାଶମୂଳକ କାର୍ଯ୍ୟ ହେବ ତ୍ୱରାନ୍ୱିତ
ଭୁବନେଶ୍ୱର: ରାଜ୍ୟଗୁଡ଼ିକରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ତଥା ଏହି ପାର୍ବଣ ସମୟରେ ରାଜ୍ୟଗୁଡ଼ିକ ପାଇଁ ପୁଞ୍ଜିଗତ ବ୍ୟୟକୁ ସହାୟତା ଯୋଗାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ଅଗ୍ରୀମ କର ହସ୍ତାନ୍ତରଣ କରିଛନ୍ତି। ଏହିକ୍ରମରେ ଓଡ଼ିଶାକୁ ୪୮୧୯ କୋଟି ଟଙ୍କାର କର ହସ୍ତାନ୍ତରଣ କରାଯାଇଥିବା କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କ ପାଇଁ ୧,୦୯,୦୧୯ କୋଟି ଟଙ୍କାର କର ହସ୍ତାନ୍ତର ଜାରି କରିଛନ୍ତି। ଆଗାମୀ ପର୍ବପର୍ବାଣୀ ଋତୁକୁ ଦୃଷ୍ଟିରେ ରଖି ଏବଂ ରାଜ୍ୟଗୁଡ଼ିକୁ ପୁଞ୍ଜି ବ୍ୟୟ ତ୍ୱରାନ୍ୱିତ କରିବା ସହ ସେମାନଙ୍କର ଉନ୍ନୟନମୂଳକ ଖର୍ଚ୍ଚ ନିମନ୍ତେ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଏହାକୁ ଏକ ଅଗ୍ରିମ କିସ୍ତି ଭାବରେ ପ୍ରଦାନ କରାଯାଇଛି।
କେନ୍ଦ୍ର ସରକାର ୩୧ ଅକ୍ଟୋବର ୨୦୨୬ରେ ରାଜ୍ୟ ସରକାରମାନଙ୍କୁ କର ହସ୍ତାନ୍ତରର ଅତିରିକ୍ତ କିସ୍ତି ବାବଦକୁ ୧,୦୯,୦୧୯ କୋଟି ଟଙ୍କା ଜାରି କରିଛନ୍ତି, ଯାହାକି ନିୟମିତ ମାସିକ ହସ୍ତାନ୍ତରଠାରୁ ଅତିରିକ୍ତ ଅଟେ। ଚଳିତ ଆର୍ଥିକ ବର୍ଷରେ ଏହା ଦ୍ୱିତୀୟ ଅତିରିକ୍ତ କିସ୍ତି ଅଟେ।
ଜାରି କରାଯାଇଥିବା ଅର୍ଥର ରାଜ୍ୟୱାରୀ ତାଲିକା ନିମ୍ନରେ ପ୍ରଦାନ କରାଗଲା:
| କ୍ରମିକ ସଂଖ୍ୟା | ରାଜ୍ୟର ନାମ | ମୋଟ (କୋଟି ଟଙ୍କାରେ) |
| ୧ | ଆନ୍ଧ୍ରପ୍ରଦେଶ | ୪୫୯୭ |
| ୨ | ଅରୁଣାଚଳ ପ୍ରଦେଶ | ୧୪୭୬ |
| ୩ | ଆସାମ | ୩୫୫୨ |
| ୪ | ବିହାର | ୧୦୮୪୫ |
| ୫ | ଛତିଶଗଡ଼ | ୩୬୦୨ |
| ୬ | ଗୋଆ | ୩୯୮ |
| ୭ | ଗୁଜରାଟ | ୪୦୯୪ |
| ୮ | ହରିୟାଣା | ୧୪୮୪ |
| ୯ | ହୀମାଚଳ ପ୍ରଦେଶ | ୯୯୬ |
| ୧୦ | ଝାଡ଼ଖଣ୍ଡ | ୩୬୬୦ |
| ୧୧ | କର୍ଣ୍ଣାଟକ | ୪୫୦୪ |
| ୧୨ | କେରଳ | ୨୫୯୭ |
| ୧୩ | ମଧ୍ୟପ୍ରଦେଶ | ୮୦୧୦ |
| ୧୪ | ମହାରାଷ୍ଟ୍ର | ୭୦୨୨ |
| ୧୫ | ମଣିପୁର | ୬୮୨ |
| ୧୬ | ମେଘାଳୟ | ୬୮୮ |
| ୧୭ | ମିଜୋରାମ | ୬୧୫ |
| ୧୮ | ନାଗାଲାଣ୍ଡ | ୫୨୪ |
| ୧୯ | ଓଡ଼ିଶା | ୪୮୧୯ |
| ୨୦ | ପଞ୍ଜାବ | ୨୧୭୬ |
| ୨୧ | ରାଜସ୍ଥାନ | ୬୪୬୦ |
| ୨୨ | ସିକିମ୍ | ୩୬୫ |
| ୨୩ | ତାମିଲନାଡୁ | ୪୪୬୬ |
| ୨୪ | ତେଲେଙ୍ଗାନା | ୨୩୭୦ |
| ୨୫ | ତ୍ରିପୁରା | ୬୯୯ |
| ୨୬ | ଉତ୍ତରପ୍ରଦେଶ | ୧୯୨୦୮ |
| ୨୭ | ଉତ୍ତରାଖଣ୍ଡ | ୧୨୪୪ |
| ୨୮ | ପଶ୍ଚିମବଙ୍ଗ | ୭୮୬୬ |
/HP





